ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୪ତାରିଖରେ ପୁଲୱାମାରେ ଯେଉଁ ଆତଙ୍କୀ ହମଲା ହେଲା ସେଥିରେ ପାଖାପାଖି ୪୪ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି।

କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯବାନଙ୍କ ପରିବାର ସହ ଫୋନ ଯୋଗେ କଥା ହୋଇଛନ୍ତି।

ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରା ଆତଙ୍କୀ ହମଲାରେ ସହିଦ ହୋଇଛନ୍ତି। ମନୋଜଙ୍କ ପତ୍ନୀ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। ଫୋନରେ କଥା ହୋଇ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ସହିତ ସଚିବାଳୟରେ ୧ମିନିଟ୍‌ ଲାଗି ନୀରବ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ସଚିବ ମାନେ ମଧ୍ୟ ନୀରବ ପ୍ରାର୍ଥନା କରିଛନ୍ତି।

Comment