ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରାପଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି। ଅପରାହ୍‌ଣ ୩ଟାରେ ଏହି କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରପଡ଼ା ଜିଲ୍ଲା ବାରୋ ପଞ୍ଚାୟତରେ ଚାଷୀ ମହାସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏହି ସମାବେଶରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଭୂମିହୀନଙ୍କୁ କାଳିଆ ସହାୟତା ବାଣ୍ଟିବେ।

୧୦ ଲକ୍ଷରୁ ଅଧିକ ଭୂମିହୀନଙ୍କୁ ଜୀବିକା ଅର୍ଜନ, ଆନୁସାଙ୍ଗିକ କୃଷିକାର୍ଯ୍ୟ ପାଇଁ ୩ଟି କିସ୍ତିରେ ୧୨,୫୦୦ ଟଙ୍କାର ସହାୟତା ମିଳିବ। ଭୂମିହୀନ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ମିଳିବ ୫ ହଜାର ଟଙ୍କା। ନିଜ ପସନ୍ଦ ଓ ସୁବିଧା ମୁତାବକ ଏହି ସହାୟତା ଟଙ୍କା ବିନିଯୋଗ କରିପାରିବେ ଭୂମିହୀନ ଚାଷୀ।

କେନ୍ଦ୍ରାପଡ଼ା ସମେତ ଜଗତସିଂହ ପୁର ଜିଲ୍ଲାରୁ ଲକ୍ଷେ କୃଷକଙ୍କୁ ସମାବେଶକୁ ନିୟନ୍ତ୍ରଣ କରାଯାଇଛି। ପାଖାପାଖି ୨ ଲକ୍ଷ ଲୋକଙ୍କ ସମାଗମକୁ ନଜରରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି। ସମାବେଶରେ ମୋଟ ୩୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସଭାମଞ୍ଚରେ ୨ ଜିଲ୍ଲାରୁ ୧୭ ଜଣ ବଛାବଛା ଚାଷୀଙ୍କୁ ବସିବାର ବ୍ୟବସ୍ଥା କରାଯାଇଛି।

Comment