ଓଡ଼ିଶାଲଇଭ୍‌ ବ୍ୟୁରୋ

ବାଂଲାଦେଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତ୍ତର ପୂର୍ବ ଦିଗକୁ ଏବଂ ପଷ୍ଚିମ ରାଜସ୍ଥାନ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପୂର୍ବ ଭାରତ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ।

ଏହାର ପ୍ରଭାବରେ ରାଜ୍ୟରେ ୧୬ତାରିଖି ବେଳକୁ ୧୨ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ବେଳେ ଅନେକ ଜିଲ୍ଲାରେ ବଜ୍ରପାତ ହେବାର ଆଶଙ୍କା ରହିଛି।

ସୁନ୍ଦରଗଡ଼,ଝାରସୁଗୁଡ଼ା,ସମ୍ବଲପୁର,ଦେବଗଡ, କେନ୍ଦୁଝର ଓ ବରଗଡ଼ ଆଦି ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ତେବେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ୨ରୁ୩ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି। ଏହି ତାପମାତ୍ରାରେ ଆଗାମୀ ୨ରୁ୩ଦିନ ଯାଏଁ ସେମିତି କିଛି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comment