ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି। କେନ୍ଦ୍ରାପଡ଼ାରେ ଚାଷୀ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି। ଉଦବୋଧନରେ ନବୀନ କାଳିଆ ଯୋଜନା ସମ୍ପର୍କରେ କହିଛନ୍ତି।

“କାଳିଆ ଯୋଜନା ସାରାଦେଶକୁ ବାଟ ଦେଖାଇଛି। କାଳିଆ ଯୋଜନାରେ ଭାଗଚାଷୀ, ଭୂମିହୀନଙ୍କ ପାଇଁ ବ୍ୟବସ୍ଥା ରହିଛି। ନିକଟରେ କେନ୍ଦ୍ର ଏପରି ଏକ ଯୋଜନା କରିଛି ହେଲେ ସେଥିରେ ଭୂମିହୀନ ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ”, ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ନିକଟରେ ଏ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଚିଠି ଲେଖିଥିବା କହିଛନ୍ତି। ଭୂମିହୀନଙ୍କୁ ସାମିଲ କରିବା ପାଇଁ ପୁଣି ପରାମର୍ଶ କରିଥିବା ସେ କହିଛନ୍ତି।

ଏହି ସମାବେଶରେ ଭୂମିହୀନଙ୍କୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଟଙ୍କା ଚାଷୀଙ୍କ ଆକଉଣ୍ଟକୁ ସିଧାସଳଖ ଯାଇଛି।

ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସହିଦଙ୍କ ପଛରେ ସାରା ଦେଶ ଠିଆ ହୋଇଥିବା ସେ କହିଛନ୍ତି।

କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର ଜିଲ୍ଲାରୁ ଲକ୍ଷେ କୃଷକଙ୍କୁ ସମାବେଶକୁ ନିୟନ୍ତ୍ରଣ କରାଯାଇଛି। ପାଖାପାଖି ୨ ଲକ୍ଷ ଲୋକଙ୍କ ସମାଗମକୁ ନଜରରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସମାବେଶରେ ମୋଟ ୩୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Comment