ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ ଘଟଣା ଦେଶବ୍ୟାପି ଲୋକଙ୍କ ହୃଦୟ ଥରାଇ ଦେଇଛି। ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।

ଶୁକ୍ରବାର ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକ ପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଭାରତୀୟ ସେନାର ମନୋବଳ ଦୃଢ଼ କରିବ ବୋଲି ଅନୁମାନ କରାଯାଇପାରେ।

ମୋଦି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସହିଦଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ସହିଦଙ୍କ ଆତ୍ମବଳୀ ବ୍ୟର୍ଥ ଯିବନି ଏହାର ମୁହଁତୋଡ ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଆତଙ୍କବାଦୀ ବହୁତ ବଡ଼ ଭୁଲ କରିଦେଇଛନ୍ତି, ଏଥିପାଇଁ ତାଙ୍କୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ। କୌଣସି ପରିସ୍ଥିତିରେ ସେମାନଙ୍କୁ ଛଡ଼ା ଯିବନି ବୋଲି ସେ କହିଛନ୍ତି। ସାରା ଦେଶ ଏକାଠି ହୋଇ ଏହାର ମୁକାବିଲା କରିବ।

“ସାରା ବିଶ୍ୱ ଜାଣୁ ଆମେ ଜିତିବା ପାଇଁ ଲଢ଼େଇ କରୁଛୁ। ଆମ ପଡ଼ୋଶୀକୁ ଲାଗୁଛି ଏମିତି କରି ଆମକୁ ହଇରାଣ କରିବ। ଯେଉଁ ରାସ୍ତାରେ ପଡ଼ୋଶୀ ଚାଲୁଛି ତାହା ବରବାଦର ରାସ୍ତା” କହିଛନ୍ତି ପ୍ରଧାନମନ୍ତ୍ରୀ।

Comment