ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଘଟଣାକୁ ନେଇ ଏକ ପ୍ରେସମିଟ୍‌ କରିଛନ୍ତି। ଏଭଳି ଜଘନ୍ୟ ଆକ୍ରମଣର ଘୋର ନିନ୍ଦା କରିବା ସହିତ ସହିଦଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ପ୍ରେସମିଟ୍‌ରେ ରାହୁଲ ଗାନ୍ଧି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।

  • ଦେଶକୁ ବିଭାଜନ କରିବା ପାଇଁ ଆତଙ୍କବାଦୀ ଆକ୍ରମଣ ହେଉଛି। ଦେଶକୁ କେହି ବିଭାଜନ କରିପାରିବେ ନାହିଁ।
  • ଭାରତର ଆତ୍ମା ଉପରେ ଆକ୍ରମଣ କରାଯାଇଛି। ଏହା ଦୁଃଖଦାୟକ।
  • ଆମେ ସେନା ଓ ସରକାରଙ୍କ ସହ ଅଛୁ।
  • ସହିଦଙ୍କ ପରିବାର ସହ ଅଛୁ।
  • ସରକାର ଏଥିପାଇଁ ଯେଉଁ ନିଷ୍ପତ୍ତି ନେବେ ଆମେ ତାକୁ ପୂର୍ଣ୍ଣ ସମର୍ଥନ କରିବୁ।

Comment