ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ-କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ସହାୟତା ଲାଗି ବଲିଉଡର ମହାନାୟକ ବିଗ୍ ବି ହାତ ବଢ଼େଇଛନ୍ତି। ଏହି ବର୍ବର ଆତଙ୍କବାଦ ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ଏହି ଆକ୍ରମଣରେ ସହିଦ ଯବାନଙ୍କୁ ସମୁଦାୟ ୨ କୋଟିର ଅର୍ଥରାଶି ସହାୟତା କରିବେ ବିଗ୍ ବି।
ଏହା ପୂର୍ବରୁ ଅମିତାଭ ବଚ୍ଚନ ଏହି ଆକ୍ରମଣ ପାଇଁ ଶୋକ ପ୍ରକାଶ ସହ ଗଭୀର ଦୁଃଖ ପ୍ରକାଶ କରିଥିଲେ। ସେ ଲେଖିଥିଲେ କି ଏହି ଆକ୍ରମଣ ପରେ ସେ ଅଧିକ ବିଚଳିତ ହୋଇଯାଇଛନ୍ତି।