ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ପ୍ରତି ନରମ ମନୋଭାବ ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ମହଙ୍ଗା ପଡ଼ିଛି। ଆକ୍ରମଣ ପରେ ପାକିସ୍ତାନକୁ ନେଇ ଦେଇଥିବା ମନ୍ତବ୍ୟ ଯୋଗୁଁ ସେ ବିବାଦରେ ପଡ଼ିଛନ୍ତି।

ବିବାଦ ଯୋଗଁ ତାଙ୍କୁ ଟିଭି ଶୋ’ ଦ କପିଲ ଶର୍ମାରୁ ହଟାଇ ଦିଆଯାଇଛି। ଏବେ ତାଙ୍କ ସ୍ଥାନରେ ଚର୍ଚ୍ଚିତ କମେଡିଆନ ଅର୍ଚ୍ଚନା ପୂରନ ସିଂହ ରହିବେ।

କପିଲ ଶର୍ମା ଶୋରେ ସିଦ୍ଧୁ ଅତିଥି ଭୂମିକାରେ ରହିଥାନ୍ତି। ଏବେ ତାଙ୍କ ସ୍ଥାନରେ ଆଉ ଜଣେ କମେଡିଆନଙ୍କୁ ଦେଖିବାକୁ ପାଇବେ ଦର୍ଶକ। ତେବେ ଅର୍ଚ୍ଚନାଙ୍କ ପାଇଁ ଏହି ଶୋ ନୁହେଁ।

ଆଗରୁ ମଧ୍ୟ ସେ ଏହି ଶୋ’ରେ ଅତିଥି ଭୂମିକା ନିଭାଇଥିଲେ। ମାତ୍ର ୨୦୧୭ ସେ ଶୋ’ ଛାଡ଼ିଥିଲେ। ଏହାପରେ ସିଦ୍ଧୁ ଏହି ଶୋ’ରେ ତାଙ୍କ ସ୍ଥାନ ନେଇଥିଲେ। ତେବେ ଏବେ ପୁଣି ଥରେ ଏହି ଅର୍ଚ୍ଚନା କମବ୍ୟାକ କରୁଛନ୍ତି।

ତେବେ ସିଦ୍ଧୁଙ୍କ ପରି ଶାୟରୀ କହି ଦର୍ଶକଙ୍କୁ ଅର୍ଚ୍ଚନା ମନୋରଞ୍ଜନ ଯୋଗାଇ ପାରିବେ କି ନାହିଁ ଏନେଇ ଦର୍ଶକ ମହଲରେ ଚର୍ଚ୍ଚା ଜୋର ହେଉଛି।

Comment