ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଡ଼ ପରଦା ଓ ଛୋଟ ପରଦାର ନାୟିକାମାନେ ବିଭିନ୍ନ ସମୟରେ ବୋଲ୍ଡ ଅବତାରରେ ନଜର ଆସିଛନ୍ତି। ଏମାନେ ଅଧିକ ସମୟରେ ସେମାନଙ୍କ ବୋଲ୍ଡ ବିକିନି ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ତେବେ ଜାଣନ୍ତୁ ଟ୍ରୋଲ୍‌ ହୋଇଥିବା ସେଲିବ୍ରିଟିଙ୍କୁ…

ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ଅନେକ ସେଲିବ୍ରିଟି ସୋସିଆଲ୍ ମିଡିଆରେ ସକ୍ରିୟ ରହିଥାନ୍ତି। ଏମାନଙ୍କ ଭିତରୁ କେତେକ ମହିଳା ସେଲିବ୍ରିଟି ନିଜର ବୋଲ୍ଡ ବିକିନି ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ସେୟାର କରିଥାନ୍ତି। ଏମାନଙ୍କୁ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ୟୁଜର୍ସ। ଆସନ୍ତୁ ନଜର ପକାଇବା ସେଭଳି ସେଲିବ୍ରିଟିଙ୍କ ଉପରେ…

ସନ୍ନି ଲିଓନ୍‌

ବହୁତ କମ୍‌ ସମୟରେ ବଲିଉଡରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ସନ୍ନି ଲିଓନି। ସନ୍ନି ଲିଓନ୍‌ ଗତ ଅକ୍ଟୋବର ମାସରେ ମେକ୍‌ସିକୋର କାନ୍‌କୁନ୍‌ଠାରେ ଛୁଟି ବିତାଉଥିଲେ। ଏହି ସମୟରେ ସେ ନିଜର ବିକିନି ପିନ୍ଧା ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଥିଲେ।

ଏହାକୁ ୟୁଜର୍ସମାନେ ନାପସନ୍ଦ କରିଥିଲେ। କେହି ଜଣେ ୟୁଜର ଲେଖିଥିଲେ- ‘ସରମ୍‌ ଆନି ଚାହିଏ ସନ୍ନିକୋ’ (ଲାଜ୍ଜ ଲାଗିବା ଦରକାର ସନ୍ନିଙ୍କୁ)।

ହିନା ଖାନ୍‌

ଛୋଟ ପରଦାର ନାଆଁକରା ନାୟିକା ହିନା ଖାନ୍‌ ଆଜିକାଲି ଏକତା କପୁରଙ୍କ ଲୋକପ୍ରିୟ ମେଗା ଧାରାବାହିକ ‘କସୌଟି ଜିନ୍ଦେଗି କେ’ରେ କୋମଲିକା ଚରିତ୍ର ନିଭାଇ ଚର୍ଚ୍ଚାରେ ଅଛନ୍ତି।

ନିକଟରେ ହିନା ନିଜର ବୟଫ୍ରେଣ୍ଡ ରକି ଜୟସୱାଲଙ୍କ ସହିତ ମାଲଦୀଭ୍‌ ଯାଇଥିଲେ। ସେଠାରୁ ସେ ସୋସିଆଲ୍‌ ମିଡିଆରେ ନିଜର କେତେକ ଫଟୋ ଓ ଭିଡିଓ ସେଆର୍‌ କରିଥିଲେ। କିନ୍ତୁ ସେ ଟ୍ରୋଲିର ଶିକାର ହୋଇଛନ୍ତି। ତାଙ୍କର ବିକିନି ପିନ୍ଧା ଫଟୋକୁ କିନ୍ତୁ ଅଧିକାଂଶ ଲୋକ ନାପସନ୍ଦ କରିଛନ୍ତି। ଏହାକୁ ନେଇ କେତେକ ଆପତ୍ତିଜନକ ଟିପ୍ପଣୀ ବି କରିଛନ୍ତି। କେହି ତ ଏମିତି ବି ଲେଖିଛନ୍ତି ଯେ ଧର୍ମ ପରିବର୍ତ୍ତନ କରିଦିଅ।

ସୋନମ୍‌ କପୁର

ବଲିଉଡର ଲୋକପ୍ରିୟ ନାୟିକା ସୋନମ୍‌ କପୁର ଗତବର୍ଷ ଥାଇଲାଣ୍ଡରେ ‘ବୀରେ ଦ ୱେଡିଂ’ ଫିଲ୍ମର ସୁଟିଂ ବେଳେ ନିଜର ବିକିନି ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ। ହେଲେ ଏହାକୁ ୟୁଜରମାନେ ଟ୍ରୋଲ୍ କରିଥିଲେ। ୟୁଜରମାନେ ନାନା ପ୍ରକାରର ଆପତ୍ତିଜନକ ପ୍ରତିକ୍ରିୟା ବି ଦେଇଥିଲେ। ୟୁଜରମାନଙ୍କ ମଧ୍ୟରୁ ଜଣେ ଲେଖିଥିଲେ ‘ବୁବ୍‌ଲେସ୍‌’।

କରିନା କପୁର ଖାନ୍‌

ବଲିଉଡର ହଟ୍ ଆକ୍‌ଟ୍ରେସ୍‌ କରିନା କପୁର ଖାନ୍‌ ଚଳିତବର୍ଷ ଆରମ୍ଭରେ ନିଜର ବିକିନି ଫଟୋ ସୋସିଆଲ୍ ମିଡିଆରେ ସେୟାର୍‌ କରିଥିଲେ। ଏଥିପାଇଁ ସେ ଟ୍ରୋଲିଂର ଶିକାର ହୋଇଥିଲେ।

ସୁହାନା ଖାନ୍‌

ବଲିଉଡ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ନିକଟରେ ଇଟାଲିରେ ଛୁଟି କାଟିବାକୁ ଯାଇଥିଲେ। ସେଠାରେ ସେ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ବ୍ରାଉନ୍‌ ରଙ୍ଗର ବିକିନି ପିନ୍ଧି ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କୁ ୟୁଜରମାନେ ଟ୍ରୋଲ୍‌ କରିଥିଲେ।

ଜଣେ ୟୁଜର୍‌ ତ ଟ୍ରୋଲ୍‌ ଆଟାକ୍‌ କରି ଲେଖିଥିଲେ ‘ଭୁଲି ଯାଅନି ଯେ ତୁମେ ଜଣେ ମୁସଲମାନ୍‌, ଇସଲାମ୍‌ରେ ସ୍କିନ୍‌-ଶୋ’ର ଅନୁମତି ନାହିଁ।

ପରିଣୀତି ଚୋପ୍ରା

ବଲିଉଡର ହସକୁରୀ ନାୟିକା ପରିଣୀତି ଚୋପ୍ରାଙ୍କୁ ଏକ ଫିଲ୍ମ ମାଗାଜିନ୍‌ର କଭର ପୃଷ୍ଠାରେ ନିଜର ବିକିନି ଅବତାରରେ ଦେଖିବାକୁ ମିଳିଥିଲା। ଏହି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ପରିଣୀତିଙ୍କୁ ଟ୍ରୋଲ୍‌ କରାଯାଇଥିଲା। ଟ୍ରୋଲିଂ କରି ୟୁଜର ଲେଖିଥିଲେ; ବିକିନି ପାଇଁ ପରିଣୀତି ଉପଯୁକ୍ତ ନୁହଁନ୍ତି।

ରାଧିକା ଆପ୍‌ଟେ

ବଲିଉଡର ଦକ୍ଷ ଅଭିନେତ୍ରୀ ରାଧିକା ଆପ୍‌ଟେ ଗୋଆରେ ନିଜର ସ୍ୱାମୀଙ୍କ ସହ ସମୟ ବିତାଉଥିବା ବେଳେ ନିଜର ବିକିନି ପିନ୍ଧା ଫଟୋକୁ ସୋସିଆଲ୍ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଏହାକୁ ଟ୍ରୋଲ୍‌ କରିଥିଲେ ୟୁଜର। ଜଣେ ଲେଖିଥିଲେ, ‘ପ୍ରାଇଭେଟ୍‌ ଲାଇଫ୍‌ କୋ ପବ୍ଲିକ୍ ମତ୍‌ କରୋ’।

Comment