ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନ୍ମମାଟି ନିଆଳିର ରତନପୁରରେ ପହଞ୍ଚିଲା ସହିଦ ଯବାନ ମନୋଜ ବେହେରାଙ୍କ ପାର୍ଥିବ ଶରୀର। ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ୱତନ୍ତ୍ର ଗାଡ଼ିରେ ମନୋଜଙ୍କ ପାର୍ଥିବ ଶରୀରକୁ ନିଜ ଗାଁ ରତନପୁର ଅଭିମୁଖେ ନିଆଯାଇଥିଲା। ସହିଦଙ୍କୁ ଜନ୍ମମାଟିରେ ଭବ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ମନୋଜଙ୍କ ଶେଷ ଦର୍ଶନ କରିବା ପାଇଁ ଗ୍ରାମବାସୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ସହିଦଙ୍କ ଜୟ ଜୟକାରରେ ପରିବେଶ କମ୍ପିଥିଲା। ‘ମନୋଜ ଅମର ରହେ, ପାକିସ୍ତାନ ମୁର୍ଦ୍ଦାବାଦ ନାରାରେ କମ୍ପିଥିଲା ରତନପୁର ଗାଁ। ମନୋଜଙ୍କ ମର ଶରୀରକୁ ଗ୍ରାମବାସୀମାନେ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ।

ପାର୍ଥିବ ଶରୀର ପହଞ୍ଚିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରତନପୁର ଗାଁରେ ପହଞ୍ଚିଛନ୍ତି।

ଗାଁ ଶ୍ମଶାନରେ ସହିଦ ମନୋଜ ବେହେରାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।

Comment