ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାନା ଆକ୍ରମଣ ପ୍ରତିବାଦରେ ବ୍ୟବସାୟୀ ସଙ୍ଘର ବନ୍ଦ ଡାକରା। ୧୮ ଫେବ୍ରୁଆରିରେ ଅଖିଳ ଭାରତୀୟ ବ୍ୟବସାୟୀ ସଙ୍ଘ ପକ୍ଷରୁ ବନ୍ଦ ଏହି ଡାକରା କରାଯାଇଛି। ୧୮ରେ ଦେଶର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି ଅଖିଳ ଭାରତୀୟ ବ୍ୟବସାୟୀ ସଙ୍ଘ।

ଗୁରୁବାର ଜମ୍ମୁ-କାଶ୍ମୀରର ପୁଲୱାନାରେ ହୋଇଥିବା ଆତଙ୍କୀ ଘଟଣାରେ ୪୪ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣ ପରେ ଶୁକ୍ରବାର ଦେଶରେ ଅନେକ ସ୍ଥାନରେ ପାକିସ୍ତାନ ବିରୋଧରେ ଆନ୍ଦୋଳନ କରିଥିଲେ।

ଏହି ଆକ୍ରମଣକୁ ପ୍ରତିବାଦ କରି ଅଖିଳ ଭାରତୀୟ ବ୍ୟବସାୟୀ ସଙ୍ଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଜରିଆରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ସଙ୍ଘ।

Comment