ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ଼-କଶ୍ମୀର ପୁଲୱାମାଠାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି। ଏହି ୪୪ ଜଣଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଯବାନ ମଧ୍ୟ ଥିଲେ। ଏହି ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡ଼ିଆଙ୍କ ପରିବାର ଲାଗି ଅନୁକମ୍ପା ରାଶି ୨୫ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

ଏହାସହିତ ଉଭୟ ପରିବାର ପିଲାଙ୍କ ପଢ଼ା ଖର୍ଚ୍ଚ ମଧ୍ୟ ବହନ କରିବେ ରାଜ୍ୟ ସରକାର ଏବଂ ଉଭୟ ସହିଦଙ୍କ ଗାଁକୁ ମଡେଲ ପଞ୍ଚାୟତ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହାସହ ଦୁଇ ସହିଦ ପଢ଼ୁଥିବା ସ୍କୁଲକୁ ସହିଦଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରାଯାଇଛି।

ପୂର୍ବରୁ ସହିଦଙ୍କ ପରିବାର ପିଚ୍ଛା ୧୦ ଲକ୍ଷ ରାଶି ଦେବାକୁ ଘୋଷଣା କରାଯାଇଥିଲା। ଯାହାକୁ ଉଭୟ ସହିଦଙ୍କ ଗାଁ ଲୋକେ ବିରୋଧ କରିଥିଲେ ଏବଂ ସହାୟତା ରାଶି ବଢ଼ାଇବା ପାଇଁ ଦାବି ମଧ୍ୟ କରିଥିଲେ।

Comment