ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବାବେଳେ ଉଭୟ ବିଜେପି ଓ କଂଗ୍ରେସର ହେବିୱେଟ୍‌ ନେତା ଓଡ଼ିଶା ଗସ୍ତ କରୁଛନ୍ତି। ରାହୁଲ ଗାନ୍ଧି ୧୨ ଦିନ ମଧ୍ୟରେ ଦୁଇଥର ଓଡ଼ିଶା ଆସିଥିବା ବେଳେ ପୁଣିଥରେ ଫେବ୍ରୁଆରି ଶେଷ ସପ୍ତାହରେ ଆସୁଥିବା କଂଗ୍ରେସ ତରଫରୁ କୁହାଯାଉଥିଲା। ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଫେବ୍ରୁଆରି ୨୬ରେ ଓଡ଼ିଶା ଗସ୍ତ କରି ନପାରନ୍ତି। ଏବଂ ୨୬ରେ ରାହୁଲଙ୍କ ଓଡ଼ିଶା ଗସ୍ତ କ୍ଷୀଣ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଏହାସହ ଫେବ୍ରୁଆରି ୨୬ ପରିବର୍ତ୍ତେ ମାର୍ଚ୍ଚ ୨ ମଧରେ ରାହୁଲ ଗାନ୍ଧି ଓଡ଼ିଶା ଆସିବା ସମ୍ଭାବନା ବୋଲି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

“ଏ ମାସ ଶେଷ ସୁଦ୍ଧା ବାକି ୧୦ ଲୋକସଭା, ବିଧାନସଭା ପ୍ରାର୍ଥୀ ଚୟନ ଶେଷ କରିବ ସ୍କ୍ରିନିଂ କମିଟି”, କହିଛନ୍ତି ନିରଞ୍ଜନ। ଏହାସହ ବିଦ୍ରୋହୀ ପ୍ରାର୍ଥୀଙ୍କୁ ସତର୍କ କରାଇଦେଲେ ନିରଞ୍ଜନ। ଯିଏ ବିଦ୍ରୋହ କରିବ ତା’ର ଜବାବ ଜନତା ଦେବେ ବୋଲି ସେ କହିଛନ୍ତି।

Comment