ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ। ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବେ।

ଭବାନୀପାଟଣା କେସିଙ୍ଗାରେ ୭୬୮.୪୬କୋଟି ଟଙ୍କାରେ ନିର୍ମିତ ରେତ୍‌ ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ।

ଏହା ସହ ସେଠାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

୯୧୦.୫୭କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ। କେସିଙ୍ଗାରେ ପଲମ୍‌ ଓ ହାତୀଖୋଜଠାରେ ୨ଟି ମେଗା ଉଠାଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ। ନର୍ଲା ,ଧର୍ମଗଡ ଏବଂ ଭବାନୀପାଟଣା ବ୍ଲକର ୬ଟି ସଡ଼କ ପ୍ରକଳ୍ପର ଉଦଘାଟନ କରିବେ।

ସେହିପରି ୪୩୫.୨୮କୋଟି ଟଙ୍କାର ୧୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ ପଟ୍ଟନାୟକ। କଳାହାଣ୍ଡି ଜିଲ୍ଲାରେ ୬୨ଟି ନୂତନ ପାଇପ୍‌ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ।

Comment