ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଜମ୍ମୁ-କାଶ୍ମୀରର ପୁଲୱାନାରେ ହୋଇଥିବା ଆତଙ୍କୀ ଘଟଣାରେ ସମ୍ପୂର୍ଣ୍ଣ ଦେଶବାସୀଙ୍କ ଛାତି ଥରାଇ ଦେଇଛି। ଏହି ବିସ୍ଫୋରଣକୁ ୨୦୧୯ର ସବୁଠୁ ବଡ଼ ଆକ୍ରମଣ କୁହାଯାଉଛି। ଏହି ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନମାନଙ୍କ ଅମର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ବିଭିନ୍ନ ସଙ୍ଗଠନ, ବିଦ୍ୟାଳୟ, ମହାବିଦ୍ୟାଳୟ, ଯୁବସଙ୍ଗଠନମାନଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ଯୁବକ ଯୁବତୀ ଛାତ୍ରଛାତ୍ରୀ ବୁଦ୍ଧିଜୀବୀ ସାହିତ୍ୟ ଅନୁଷ୍ଠାନ ସ୍ଵେଚ୍ଛାସେବୀ ସଂଗଠନ ସାମାଜିକ କର୍ମୀ ଏବଂ ସମାଜସେବୀମାନେ ଅଂଶଗ୍ରହଣ କରି ଭାରତୀୟସେନାର ସାହସୀକତାକୁ ପ୍ରଶଂସା କରିବା ସହିତ ପ୍ରାଣବଳି ଦେଇଥିବା ଜବାନମାନଙ୍କର ଅମରଆତ୍ମାର ସଦଗତି କାମନା କରିଥିଲେ।

 

ଏହି ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ କ୍ୟାଣ୍ଡେଲ ରାଲି ପରିକ୍ରମା କରାଯାଇଥିଲା। ଅଧିକାଂଶ ଘରେ ଲୋକମାନେ କ୍ୟାଣ୍ଡେଲ ପ୍ରଜ୍ଵଳନକରି ଅମର ସହିଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comment