ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୪ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦ ବିସ୍ଫୋରଣରେ ୪୪ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଯାହାକି ବର୍ତ୍ତମାନ ସାରା ଦେଶକୁ ବିଚଳିତ କରିଦେଇଛି। ଚାରିଆଡ଼େ ପ୍ରତିବାଦର ସ୍ୱର ଉଠୁଥିବା ବେଳେ ନୂଆପଡ଼ା ଜିଲ୍ଲାର ସିନାପାଲି ଓ ଖରିଆରରୋଡ଼ଠାରେ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ସହିଦଙ୍କୁ ସମ୍ମାନ ଜଣାଇ ନୂଆପଡ଼ାରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରାରେ ନୂଆପଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସହିଦଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରିଥିଲେ। ଏହି ପ୍ରାର୍ଥନା ସଭାରେ ସହିଦଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇଛି।

Comment