ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପର୍ଯ୍ୟନ୍ତ ଦ୍ରୁତ ଧାବକ କଥା କହିଲେ ପ୍ରଥମେ ଉସେନ ବୋଲ୍ଟଙ୍କ ନାଁ ଆସିଥାଏ। କିନ୍ତୁ   କେବେ କେହି ବୋଲ୍ଟଙ୍କୁ ପଛରେ ପକାଇବା ଭଳି ଉଦ୍ୟମ କରିପାରିବେ କି? ଫ୍ଲୋରିଡାର ଜଣେ ଛୋଟ ପିଲା ଆଗକୁ ବୋଲ୍ଟଙ୍କୁ ରେକର୍ଡ ଭାଙ୍ଗିବାରେ ସକ୍ଷମ ହେବ ବୋଲି ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ୭ ବର୍ଷର ପିଲା ଦ୍ରୁତ ବେଗରେ ଦୌଡ଼ିବାର ଦେଖାଯାଉଛି।

ମିଳିଥିବା ସୂଚନା ଅନୁସାରେ ଏହି ପିଲାଟିର ନାମ ହେଉଛି ରୁଡୋଲଫ ଇନଗ୍ରାମ। ଫ୍ଲୋରିଡାର ଟାମ୍ପାରେ ରହୁଥିବା ରୁଡୋଲଫଙ୍କ ବୟସ ୭ ବର୍ଷ ହେବ। କିନ୍ତୁ ତାଙ୍କର ଦୌଡ଼ିବା ଶୈଳୀ ଏଭଳି କୌଣସି ବଡ଼ ବଡ଼ ଧାବକଙ୍କୁ ବି ପଛରେ ପକାଇବାରେ ସକ୍ଷମ ହେବେ।

ଇନଷ୍ଟାଗ୍ରାମରେ ରୁଡୋଲଫଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ୬୦ ଏବଂ ୧୦୦ ମିଟର ରେସକୁ ଅତି ସହଜରେ ହାସଲ କରୁଛନ୍ତି।

ରେସ ଆରମ୍ଭ କରିବାର କିଛି ସେକେଣ୍ଡ ଭିତରେ ରୁଡୋଲଫ ନିଜର ବେଗକୁ ଦ୍ରୁତ ଗତିରେ ବଢ଼ାଉଥିବା ଭିଡିଓରେ ନଜର ଆସିଛି। ଏହି ସମୟରେ ତାଙ୍କ ପାଖରେ କୌଣସି ଅନ୍ୟ ଧାବକ ବି ନଥିବା ଦେଖିବାକୁ ମିଳିଛି। ମାତ୍ର ୧୩.୪୮ ସେକେଣ୍ଡରେ ୧୦୦ ମିଟର ରେସକୁ ପୂରଣ କରୁଛନ୍ତି ରୁଡୋଲଫ୍।

Comment