ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଗ୍ରହଣ କଲା କଡ଼ା ଆଭିମୁଖ୍ୟ। ୫ ବିଛିନ୍ନତାବାଦୀ ନେତାଙ୍କ ଉପରୁ ହଟାଇଲା ସୁରକ୍ଷା ବ୍ୟବସ୍ଥା।

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କାଶ୍ମୀରର ବିଛିନ୍ନତାବାଦୀ ନେତାଙ୍କ ଉପରୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହୃତ କରାଯାଇଛି। ମୀରୱାଇଜ ଉମର ଫାରୁକ୍‌ଙ୍କ ସମେତ ୫ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଛି।

ମୀରୱାଇଜ ଉମର ଫାରୁକ୍‌ଙ୍କ ସହିତ ଅବ୍‌ଦୁଲ ଗନି ଭଟ, ବିଲାଲ ଲୋନ୍, ହାସିମ୍ କ୍ୟୁରେଶି ଓ ଶବିର ଶାହଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଛି।

ଗୁରୁବାର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହାପରେ ସାରା ଦେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶବ୍ୟାପି ଲୋକ ଏହାକୁ ତୀବ୍ର ନିନ୍ଦା କରୁଥିବା ବେଳେ ଗୁରୁବାର ଜମ୍ମୁ ଓ କାଶ୍ମୀର ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରବିବାର ସନ୍ଧ୍ୟା ସୁଦ୍ଧା ସମସ୍ତ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ତଥା ସରକାରୀ ଯାନବାହନ ସେବାକୁ ପ୍ରତ୍ୟାହାର କରି ନିଆଯିବ।

ତେବେ ଅନ୍ୟତମ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗୀଲାନିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବା ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ।

Comment