ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜିଠୁ ରଙ୍ଗମହଲ,  ‘ଅଧେ ତୋର ଅଧେ ମୋର’ ପ୍ରଥମ ନାଟକ

ରାଜଧାନୀରେ ଆରମ୍ଭ ହୋଇଛି ଖଣ୍ଡଗିରି ମେଳା। କିଣାବିକା ସାଙ୍ଗକୁ ଦୋଳି ଓ ଯାତ୍ରା ସାଜୁଛି ଦର୍ଶକଙ୍କ ମୁଖ୍ୟ ଆକର୍ଷଣ।

ବିଶେଷକରି ରାଜଧାନୀବାସୀ ଅପେକ୍ଷା କରିଥାନ୍ତି ଖଣ୍ଡଗିରି ମେଳାରେ ହେଉଥିବା ଯାତ୍ରାକୁ। ବିଭିନ୍ନ ପାର୍ଟିଙ୍କ ମଧ୍ୟରେ ଗୋଟେ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଏ।

ଦର୍ଶକଙ୍କ ଆଗ୍ରହକୁ ଦେଖି ଯାତ୍ରା କମିଟି ତରଫରୁ ଗୋଟିଏ ନାଟକୁ ରିପିଟ୍‌ କରାଯାଇଥାଏ। ଏବେ ମଇଦାନରେ ୪ଟି ପାର୍ଟି ନାଟକ ପରିବେଶଷ କରୁଥିବା ବେଳେ ଆଜିଠୁ ରଙ୍ଗମହଲ ଯାତ୍ରା ଆରମ୍ଭ କରିବ। ରଙ୍ଗମହଲର ପ୍ରଥମ ନାଟକର ନାଁ ରହିଛି ‘ଅଧେ ତୋର ଅଧେ ମୋର’।

ପ୍ରତିଟି ପାର୍ଟି ନାଟକ ପୂର୍ବରୁ ଯେଉଁ ରେକର୍ଡ ଡ୍ୟାନ୍ସକୁ ପରିବେଷଣ କରୁଛନ୍ତି ତାହା ଦର୍ଶକଙ୍କୁ ଅଧିକ ପସନ୍ଦ ଆସୁଛି।

Comment