ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ୪୦ ଅଧିକ ଯବାନ। ସେମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ଦୁଇ ଯବାନ ମନୋଜ ବେହେରା ଏବଂ ପ୍ରସନ୍ନ କୁମାର ସାହୁ। ଭୁବନେଶ୍ୱର ଏୟାରପୋର୍ଟରେ ସହିଦ ଯବାନଙ୍କ ମର ଶରୀର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ନେତା ଦେଇଥିଲେ ଶ୍ରଦ୍ଧାଞ୍ଜଳି।

ସହିଦ ଯବାନଙ୍କ ମର ଶରୀରକୁ ଏୟାରପୋର୍ଟରୁ ବାହାରକୁ ଅଣାଯାଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହିଦଙ୍କୁ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି।
ସହିଦଙ୍କ ଶେଷ ଦର୍ଶନ ପାଇଁ ଏୟାରପୋର୍ଟ ପରିସର ଲୋକାରଣ୍ୟ।
ସହିଦ ମନୋଜଙ୍କ ଶେଷ ଦର୍ଶନ ପାଇଁ ନିଆଳି ରତନପୁର ଗାଁରେ ଅପେକ୍ଷା କରିଛନ୍ତି ସଧାରଣ ଲୋକେ।
ଜନ୍ମମାଟି ରତନପୁରରେ ସହିଦଙ୍କୁ ଗାର୍ଡ ଅଫ୍ ଅନର୍

Comment