ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ସରକାର ଏକ ସ୍କୁଲର ଲାଇସେନ୍ସକୁ ରଦ୍ଦ କରିଦେଇଛନ୍ତି। କାରଣ ହେଉଛି ସ୍କୁଲରେ ଭାରତୀୟ ସଙ୍ଗୀତ ଗାନ କରାଯାଇଛି। କରାଚିରେ ଥିବା ଏହି ସ୍କୁଲରେ ଭୁଲରେ ଭାରତୀୟ ସଙ୍ଗୀତ ଗାନ ସହ ଜାତୀୟ ପତାକା ଦେଖାଇଥିବାରୁ ଲାଇସେନ୍ସ ରଦ୍ଦ କରାଯାଇଛି। ଏନେଇ ଅଧିକାରୀଙ୍କ ପକ୍ଷରୁ ଏକ ପତ୍ର ଜାରି କରାଯାଇଛି, ଯେଉଁଥିରେ ଡାଇରେକ୍ଟର ଜେନେରାଲ ହୁସେନ ସିଦ୍ଦିକଙ୍କ ଦସ୍ତଖତ ରହିଛି।

ଚିଠିରେ ଉଲ୍ଲେଖ ଅଛି, ସୋସିଆଲ ମିଡିଆ ମାଧ୍ୟମରେ ଜଣାପଡ଼ିଥିଲା ଯେ ସ୍କୁଲ କାର୍ଯ୍ୟକ୍ରମରେ ଆପତ୍ତିଜନକ ଚିତ୍ର ପ୍ରଦର୍ଶିତ କରାଯାଇଛି। ସ୍କୁଲ ଛାତ୍ରମାନେ ଭାରତୀୟ ସଙ୍ଗୀତ ଗାନ କରିବା ସହ ଜାତୀୟ ପତାକା ଦେଖିବାକୁ ମିଳିଛି। ଶିକ୍ଷାନୁଷ୍ଠାନ ଭଳି ସଂସ୍ଥାରେ ଏଭଳି ଦୃଶ୍ୟ ଦେଖାଇବା ଆମ ରାଷ୍ଟ୍ରୀୟ ଅଖଣ୍ଡତା ବିରୋଧରେ। ଯାହାକୁ କୌଣସି  ପରିସ୍ଥିତିରେ ବରଦାସ୍ତ କରିହେବନି।

ଏହି ଘଟଣାଟି ମାମା ବେବି କେୟାର ସ୍କୁଲରେ ଘଟିଛି। ପିଲାମାନେ ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ଅଭିନୀତ ‘ଦିଲ୍ ହେ ହିନ୍ଦୁସ୍ତାନ’ ଗୀତରେ ନୃତ୍ୟ କରିଥିଲେ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ସ୍କୁଲର ପଞ୍ଜିକରଣକୁ ରଦ୍ଦ କରିଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଛାତ୍ରଛାତ୍ରୀଙ୍କୁ ବିଶ୍ୱର ବିଭିନ୍ନ ସଂସ୍କୃତି ବିଷୟରେ ଅବଗତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିଲା। ଯେଉଁଥିରେ ସାଉଦି ଆରବ, ପାକିସ୍ତାନ, ଆମେରିକା, ଭାରତ ଏବଂ ଅନ୍ୟଦେଶ ସାମିଲ ଥିଲେ।

Comment