ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବନ୍ଧ ସରିବା ପରେ ବିବାହକୁ ନେଇ ଦେଖିଥିବା ସବୁ ସ୍ୱପ୍ନ, କେତେ କଣ ଯୋଜନା ଯେମିତି ଅଧାରେ ରହିଗଲା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନ କୁଲବିନ୍ଦରଙ୍କର

ଫେବ୍ରୁଆରିରେ ଘରକୁ ଆସିଥିଲେ କିଛି ଦିନ ଛୁଟିକାଟି ୧୦ତାରିଖରେ କାର୍ଯ୍ୟରେ ଯୋଦଦେଇଥିଲେ, ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପଞ୍ଜାବର ରୋପଡ ଜିଲ୍ଲାର ଯବାନ କୁଲବିନ୍ଦର ସିଂହ।

କୁଲବିନ୍ଦରଙ୍କର ନିର୍ବନ୍ଧ ସରିଥିଲା ନଭେମ୍ବର ୮ରେ ବିବାହ ସ୍ତିର ହୋଇଥିଲା। ସେଥିଲାଗି ନୂଆ ଘରକାମ ଜୋରସୋର ଆରମ୍ଭ କରିଥିଲେ ସେ।

ଗତ ୧୨ତାରିଖରେ ବାପାଙ୍କୁ ଫୋନକରି ଘରେ ରଙ୍ଗ ଦେବା ଲାଗି କହିଥିଲେ କୁଲବିନ୍ଦର। ଏପରିକି ଯେଉଁଦିନ ଏ ଦୁଃଖଦ ଘଟଣା ଘଟିଲା ସେଦିନ ସକାଳେ ସେ ନିଜ ଭାବିପତ୍ନୀଙ୍କ ସହ ଫୋନରେ କଥା ହୋଇଥିଲେ। ଜମ୍ମକଶ୍ମୀରେ ପହଞ୍ଚି ପୋଷ୍ଟକୁ ବାହାରୁଥିବା କହିଥିଲେ।

ତେବେ କୁଲବିନ୍ଦରଙ୍କୁ ଜଣାନଥିଲା କି ଏହା ତାଙ୍କର ଭାବିପତ୍ନୀଙ୍କ ଶେଷ କଥା ହେବ। କେତେ କଣ ସ୍ୱପ୍ନ ଦେଖିଥିବେ ଉଭୟ। ବିବାହ ପରରର କେତେ କଣ ଯୋଜନା। ମାତ୍ର ସବୁକିଛି ଯେମିତି ଅଧାରରେ ରହିଗଲା।

ଆତଙ୍କବାଦୀ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଶରୀରର ଅନେକଅଂଶ ଖଣ୍ଡବିଖଣ୍ତିତ ହୋଯାଇଥିଲା କେବଳ ନିର୍ବନ୍ଧ ମୁଦିରୁ ହିଁ କୁଲବିନ୍ଦରଙ୍କ ପରିଚୟ ମିଳିଥିଲା।

Comment