ଓଡ଼ିଶାଲଇଭ୍‌ ବ୍ୟୁରୋ

ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିଛି। ଏହା ସହିତ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଟ୍ରପଲାଇନ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହୋଇଛି।

ରାଜଧାନୀ ସମେତ କଟକ,ହୀରାକୁଦ,ଭବାନୀପାଟଣା,ସୋନପୁର ଭଳି ଜିଲ୍ଲାରେ ବର୍ଷା ହୋଇଛି। କିଛି ସ୍ଥାନରେ ଘଡଘଡି ସହ ମଧ୍ୟ ବର୍ଷା ହୋଇଛି। ଆଜି ଉପକୂଳବର୍ତ୍ତି ଜିଲ୍ଲାର ମାନଙ୍କରେ ବଜ୍ରପାତ ସହ  କୂଆପଥର ବର୍ଷା ହୋଇପାରେ।

ବିଶେଷକରି  ଭଦ୍ରକ,ଯାଜପୁର,କଟକ,ଢେଙ୍କାନାଳ,ଅନୁଗୋଳ,ପୁରୀ ଆଦି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହାସହିତ ଆସନ୍ତା ୨ଦିନ ଯାଏଁ ଉପକୂଳରେ କୁହୁଡ଼ିର ବି ସମ୍ଭାବନା ଥିବା ଜଣାପଡ଼ିଛି।

Comment