ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ରତାଗଡ଼ରେ କ୍ୟାନସର୍‌ ହସ୍ପିଟାଲ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଟାଟା ଚ୍ରଷ୍ଟର ଚେୟାରମ୍ୟାନ୍‌ ରତନ୍‌ ଟାଟାଙ୍କ ଉପସ୍ଥିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାନସର୍‌ ହସ୍ପିଟାଲ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଉତ୍ସବରେ ରତନ୍‌ ଟାଟା ନିଜ ଅଭିଭାଷଣ ରଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ଟାଟା ଚ୍ରଷ୍ଟର ଅଧ୍ୟକ୍ଷ ରତନ୍‌ ଟାଟା କହିଛନ୍ତି, ଓଡ଼ିଶାରେ କ୍ୟାନସର୍‌ ହସ୍ପିଟାଲର ନିର୍ମାଣ ବହୁ ଲୋକଙ୍କ ଜୀବନ ରକ୍ଷା କରିବ। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ପ୍ରଗତିଶୀଳ ପଦକ୍ଷେପ ଅଟେ।”

ଏହି ହସ୍ପିଟାଲ ଓଡ଼ିଶା ସରକାର ଓ ଟାଟା ଟ୍ରଷ୍ଟର ସହଭାଗିତାରେ ନିର୍ମାଣ ହେବ। ୫୦୦କୋଟି ଟଙ୍କାର ବ୍ୟୟବରାଦରେ ନିର୍ମିତ ହେବାକୁଥିବା ଏହି ହସ୍ପିଟାଲରେ ୫୦୦ ଶଯ୍ୟା ରହିବ। ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲ୍ ଶୈଳୀରେ ଏହାକୁ ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଏକର ଜମି ଯୋଗାଇ ଦିଆଯାଇଛି।

Comment