ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ନିର୍ବାଚନକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସର ହେବିୱେଟ ନେତା ଓଡ଼ିଶା ଗସ୍ତ କରୁଛନ୍ତି। ଏହି ଗସ୍ତ ସମୟରେ ନେତା ଓ କର୍ମୀଙ୍କୁ ନିର୍ବାଚନ ନେଇ ଗୁରୁମନ୍ତ୍ର ବି ଦେଉଛନ୍ତି।

ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଭଦ୍ରକ ଜିଲ୍ଲା ଗସ୍ତ କରିବେ। ଦିନିକିଆ ଓଡ଼ିଶା ଗସ୍ତ ସମୟରେ ରାଜନାଥଙ୍କ ଫୋକସରେ ରହିଛି ଉତ୍ତର ଓଡ଼ିଶା।

ଭଦ୍ରକ ମଇତାପୁରରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ ରାଜନାଥ।  ୪ଟି ଲୋକସଭା ଆସନ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର,ମୟୂରଭଞ୍ଜ ଜିଲ୍ଲାର ସ୍ଥିତି ସମୀକ୍ଷା କରିବେ ରାଜନାଥ।

ଏହାସହିତ ରକ୍ତ ତୀର୍ଥ କୁହାଯାଉଥିବା ଇରମକୁ ମଧ୍ୟ ଯିବେ ରାଜନାଥ। ରାଜନାଥଙ୍କ ଓଡ଼ିଶା ଗସ୍ତକୁ ନେଇ ନେତା କର୍ମୀ ଉତ୍ସାହିତ ଅଛନ୍ତି। ଆଗାମୀ ନିର୍ବାଚନ ନେଇ କଣ ଗୁରୁମନ୍ତ୍ର ଦେଉଛନ୍ତି ଗୃହମନ୍ତ୍ରୀ ତାହା ଉପରେ ନଜର ରହିଛି।

Comment