ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ମାତୃକାର ସୁରକ୍ଷା ପାଇଁ ଆତ୍ମବଳିଦାନ ଦେଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ କେନ୍ଦ୍ରାପଡା ସହରର ତିନିମୁହାଣୀ ବ୍ୟବସାୟୀଙ୍କ ପକ୍ଷରୁ ୬ ଘଣ୍ଟିଆ ଦୋକାନ ବଜାର ବନ୍ଦ।

ଜାମୁକାଶ୍ମୀରର ପୁଲୱାମା ଠାରେ ଜୈସ୍-ଇ-ମହମଦ ଆତଙ୍କବାଦୀ ସଂଗଠନ ଦ୍ୱାରା କାରବୋମା ବିଷ୍ଫୋରଣରେ ଭାରତର ୪୪ଜଣ ଜୱାନଙ୍କ ସହିଦ ଘଟଣା ସାରା ଭାରତକୁ ବୁକୁଫଟା ଯନ୍ତ୍ରଣା ଦେଇଛି।

କେନ୍ଦ୍ରାପଡାରେ ସହିଦଙ୍କ ଆତ୍ମାର ସଦଗତି ପାଇଁ ସମୁହ ପ୍ରାର୍ଥନା ସଭା କରାଯାଛି।। ଗାଁଠୁ ସହର ସମସ୍ତଙ୍କ ମୁହଂରେ ଗୋଟିଏ କଥା ପାକିସ୍ତାନ ର୍ମୁଦାବାଦ ଆଉ ଭାରତମାତା ଜିନ୍ଦାବାଦ।

ଆଜି କେନ୍ଦ୍ରାପଡା ସହରର ତିନିମୁହାଣି ବଜାରକୁ ବ୍ୟାବସାୟୀମାନେ 6 ଘଣ୍ଟିଆ ବନ୍ଦ କରିଛନ୍ତି  । ସକାଳ 6 ଟା ଠାରୁ ଅପରାହ୍ନ 12 ପର୍ଯ୍ୟନ୍ତ ବଜାର ବନ୍ଦ କରାଯାଇଥିଲା। ବ୍ୟବସାୟୀ ମାନେ ରାଜରାସ୍ତାକୁ ଓହ୍ଲାଇ ପାକିସ୍ତାନ ମୃଦାବାଦ , ଭାରତମାତା ଜିନ୍ଦବାଦ ଓ ସହିଦ ବୀର ଜୱାନ ଜିନ୍ଦାବାଦ କହିଥିଲେ।

ତିନିମୁହାଣି ବଜାରର ସମସ୍ତ ବ୍ୟବସାୟୀ ପୂରା ବଜାର ପରିକ୍ରମା କରିଥିଲେ। ଏହାସହ ଆତଙ୍କ ବାଦକୁ କବର ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ଭାରତ ମାଟିରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଆତଙ୍କି ସଂଗଠନକୁ କଳାତାଲିକା ଭୁକ୍ତ କରାଯାଇ ସେମାନଙ୍କୁ ସମୁଳେ ନିପାତ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରାପଡ଼ାବାସୀ।

ସେହିପରି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରର ସିଦ୍ଧପାଟଣା ଗାଁର ସାହାରାସୁନ୍ଦରୀ ଯୁବକ ସଂଘ ଓ ହରିଗୋଷାଇଁ ପୁଜା କମିଟିର ସଦସ୍ୟ ମାନେ ମହମବତୀ ପ୍ରଜ୍ବଳନ କରି ବୀର ସହିଦଙ୍କ ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏକ ଶାନ୍ତି ଶୋଭାଯାତ୍ରା ସିଦ୍ଧପାଟଣା ଗାଁରୁ ବାହାରି ବଳଦେବନଗର , ତଳବାଲିପଡା , କଷଣଣ୍ଟା ଓ ବାଲିପଡା ଗାଁ ପରିକ୍ରମା କରିଥିଲା। ଏହି ଶାନ୍ତି ଶୋଭାଯାତ୍ରାରେ ଶହଶହ ଯୁବକ ଯୁବତୀ , ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନ ସାଧାରଣ ସାମିଲ ହୋଇଥିଲେ।

Comment