ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ପରେଶ ରାୱଲ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ସମସ୍ତ ଭାରତୀୟ ନ୍ୟୁଜ୍‌ ଚ୍ୟାନେଲ୍‌ଙ୍କୁ ଅନୁରୋଧ କରିଛନ୍ତି କି କୌଣସି ବି ଟିଭି ଶୋରେ କିମ୍ବା ଆଲୋଚନାରେ ପାକିସ୍ତାନୀଙ୍କୁ ନଡାକିବା ଲାଗି। ଏପରିକି ସେମାନଙ୍କ ସହ କଥା ନହେବାକୁ ବି ମନା କରିଛନ୍ତି ପରେଶ।

ସେ କହିଛନ୍ତି,”ମୁଁ ଆମ ଭାରତୀୟ ସମ୍ବାଦ ପରିବେଷଣ କରୁଥିବା ଚ୍ୟାନେଲଙ୍କୁ ବିନମ୍ର ଅନୁରୋଧ କି, ଦୟାକରି ଯେ ବି ପାକିସ୍ତାନୀ କିମ୍ବା ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଭାରତୀୟ/ପାକିସ୍ତାନୀ ଆମ ମାତୃଭୂମି ପ୍ରତି କଟୁକଥା କହୁଛନ୍ତି ସେମାନଙ୍କୁ କୌଣସି ଶୋ’ କିମ୍ବା ଆଲୋଚନାକୁ ନିମନ୍ତ୍ରଣ କରନ୍ତୁନାହିଁ।”

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ୪୦ଜଣ ଯବାନ ଏହାସହିତ ୫ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ସହିଦଙ୍କୁ ସମ୍ମାନ ଜଣାଇବା ସହ ପୂରା ଦେଶ କ୍ରିକେଟଠୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ସମସ୍ତେ ଏହାକୁ ନିନ୍ଦା କରୁଛନ୍ତି। ଏହାସହିତ ପାକିସ୍ତାନ ବିରୋଧରେ ପ୍ରତିଶୋଧ ନେବାକୁ ସବୁଠୁ ଦାବି ହେଉଛି।

Comment