ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋର ନୁହେଁ ତ କାହାର ନୁହେଁ। ପ୍ରେମିକାର ବିବାହ ଅନ୍ୟତ୍ର ହେବାରୁ ପ୍ରେମିକ ନେଇଛି ପ୍ରତିଶୋଧ। ରିସେପ୍‌ସନ ପାର୍ଟିରେ ଅଭିନନ୍ଦନ ଜଣାଇବାକୁ ଯାଇ ପ୍ରେମିକ ପ୍ରେମିକାର ମୁହଁକୁ ଫିଙ୍ଗିଛି ଏସିଡ୍। ଆଉ ଗୁରୁତର ଅବସ୍ଥାରେ ପ୍ରେମିକା ଏବେ ଜୀବନ ସହ ସଂଘର୍ଷ କରୁଛି। ମାମଲାଟି ଘଟିଛି ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାରେ।

ୟୁପିର ବସ୍ତି ଜିଲ୍ଲାର ଜୟବିଜୟ ଗାଁରେ ହୋଇଥିବା ଏକ ବିବାହ କାର୍ଯ୍ୟକ୍ରମରେ ହଙ୍ଗାମା ହୋଇଛି।  ଜଣେ ଯୁବତୀଙ୍କ ବିବାହ ଭୋଜି ଧୁମଧାମରେ ଚାଲିଥିଲା। ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ଘର ଲୋକେ ସମସ୍ତେ ବିବାହରେ ବ୍ୟସ୍ତ ଥିଲେ। ବାହାଘରରେ ସମସ୍ତେ ବ୍ୟସ୍ତ ଥିଲାବେଳେ ହଠାତ୍ ଝିଅର ପ୍ରେମିକା ସେଠାରେ ପହଞ୍ଚିଥିଲା।

ଯୁବତୀକୁ ମଧ୍ୟ ଲାଗିଥିଲା ତାର ପ୍ରେମିକ ବିବାହର ଶୁଭକାମନା ଜଣାଇବାକୁ ଆସିଥିବେ। ତାହା ପରିବର୍ତ୍ତେ ଯାହା ଘଟିଲା କଳ୍ପନା କରିହେବନି। ପ୍ରେମିକ ହାତରେ ଆଣିଥିବା ଏସିଡକୁ ଯୁବତୀଙ୍କ ମୁହଁକୁ ଛାଟି ଦେଇଥିଲା। ଘଟଣା ଘଟାଇ ତୁରନ୍ତ ସେଠାରୁ ଖସିଯାଇଥିଲା ପ୍ରେମିକ ସଲମାନ।

ଏସିଡ୍ ପକାଇବାରୂ ଯୁବତୀଙ୍କ ମୁହଁ ଜଳିଯାଇଥିଲା। ଆଖି ଓ ହାତ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଗୁରୁତର ହେବାରୁ ଯୁବତୀଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ ଗୋରଖପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଯୁବତୀଙ୍କ ଶରୀରର ୫୦ ପ୍ରତିଶତ ଅଂଶ ଜଳିଯାଇଥିବା କହିଛନ୍ତି ଡାକ୍ତର। ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ସଲମାନକୁ ଗିରଫ କରିଛି।

Comment