ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗତକିଛି ଦିନ ହେବ ବି ଟାଉନରେ ମଲାଇକା ଅରୋଡା ଓ ଅର୍ଜୁନ କପୁରଙ୍କ ଲଭଲାଇଫ୍‌ର ଅନେକ ଚର୍ଚ୍ଚା ହେଉଛି। ଆଉ ଏହାରି ଭିତରେ ଅର୍ଜୁନ ପୁଣିଥରେ ମଲାଇକାଙ୍କ ସହ ହାତାରେ ହାତ ରଖି ବୁଲୁଥିବା ନଜର ଆସିଛନ୍ତି।

ତେବେ ଏଥରର ଖାସ୍‌ କଥା ଏହା କି ଏମାନଙ୍କ ସହ ମଲାଇକାଙ୍କ ପୁଅ ଅରହାନ ମସ୍ତି କରୁଥିବା ଦେଖିବାକୁ ମିଳିଛି। ପ୍ରଥମ ଥର ଲାଗି ଅରହାନଙ୍କ ପୁଅ ଅର୍ଜୁନଙ୍କ ସହ ନଜର ଆସିଛନ୍ତି।

ଚର୍ଚ୍ଚା ହେଉଛି କି ମଲାଇକା ଓ ଅର୍ଜୁନ ଖୁବ୍‌ଶୀଘ୍ର ବିବାହ କରିପାରନ୍ତି। ସେଥିଲାଗି କୁଆଡେ ଏମାନେ ପ୍ଲାନ କରିବା ଆରମ୍ଭ କରିଦେଇଛନ୍ତି।

ମଲାଇକା ଅନେକ ସମୟରେ ଅର୍ଜୁନଙ୍କ ଫ୍ୟାମିଲି ସହ ଟାଇମ୍‌ ସ୍ପେଣ୍ଡ କରୁଥିବା ନଜର ଆସୁଛନ୍ତି। ସେପଟେ ଅର୍ଜୁନ ବି ମଲାଇକାଙ୍କ ଗର୍ଲ ଗ୍ୟାଙ୍ଗରେ ମସ୍ତି କରୁଥିବା ନଜର ଆସିଥିଲେ। ମାତ୍ର ଏବେ ଯାଏଁ ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଅଫିସିଆଲ ଭାବେ କିଛି ଘୋଷଣା କରିନାହାନ୍ତି।

Comment