ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ପୁଲୱାମା ଆକ୍ରମଣ ପରେ ଅଲ ଇଣ୍ଡିଆ ସିନେ ୱାର୍କସ ଆସୋସିଏସନ୍‌ ଭାରତରେ ପାକିସ୍ତାନ କଳାକାରଙ୍କ ଅଭିନୟ ନେଇ ନୋଟିସ୍‌ ଜାରି କରିଛନ୍ତି। ଏହି ନୋଟିସ୍‌ରେ କୌଣସି ପାକିସ୍ତାନୀ କଳାକାରଙ୍କୁ ସୁଯୋଗ ନ ଦେବାକୁ ସୁଯୋଗ ଦିଆଯାଇଛି।

ଯଦି କୌଣସି ସଙ୍ଗଠନ ପାକିସ୍ତାନୀ କଳାକାରଙ୍କ ସହ କାମ କରିବ ତେବେ ସେହି ସଙ୍ଗଠନକୁ ବ୍ୟାନ୍‌ କରାଯିବ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

“ଆମେ ଫିଲ୍ମ ଉଦ୍ୟୋଗରେ କାମ କରୁଥିବା ପାକିସ୍ତାନୀ କଳାକାର ଉପରେ ପ୍ରତିବନ୍ଧକ ଘୋଷଣା କରିଛୁ। ଯଦି କୌଣସି ସଙ୍ଗଠନ ପାକିସ୍ତାନୀ କଳାକାରଙ୍କ ସହ କାମ କରିବାକୁ ଜୋର କରନ୍ତି, ତେବେ ଏଆଇସିଡବ୍ଲ୍ୟୁଏ ଦ୍ୱାରା ତା’ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯିବ। ରାଷ୍ଟ୍ର ପ୍ରଥମେ ଆସେ, ଆମେ ଆମର ରାଷ୍ଟ୍ର ସହିତ ଛିଡ଼ା ହୋଇଛୁ।”

Comment