ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣକୁ ନେଇ ସାରାଦେଶରେ ଚର୍ଚ୍ଚା ଲାଗି ରହିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବୟାନ ଦେଇଛନ୍ତି।

“ଏବେ ଆଲୋଚନାର ସମୟ ଶେଷ ହୋଇଛି। ଏବେ କେବଳ ଆକ୍ସନର ସମୟ ଆସିଛି। ପୂରା ବିଶ୍ୱ ଆତଙ୍କବାଦ ବିରୋଧରେ ଏକାଠି ହେବ”, ମୋଦି କହିଛନ୍ତି।

ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବା ପାଇଁ ପଛଘୁଞ୍ଚା ଦେବା ମଧ୍ୟ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସହ ସମାନ ବୋଲି ମୋଦି କହିଛନ୍ତି।

ଭାରତ ଗସ୍ତରେ ଆସିଥିବା ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ମୈରୋସିୟୋ ମୈକ୍ରିଙ୍କ  ସହ ମୋଦି ସାକ୍ଷାତ କରିଛନ୍ତି। ଏହି ସାକ୍ଷାତରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ମଧ୍ୟ ମୋଦିଙ୍କୁ ସମର୍ଥନ ଜଣାଇଛନ୍ତି। ଆତଙ୍କବାଦ ବିଶ୍ୱ ଶାନ୍ତି ପାଇଁ ବିପଦ ବୋଲି ଆର୍ଜେଣ୍ଟିନା ରାଷ୍ଟ୍ରପତି କହିଛନ୍ତି।

ଆର୍ଜେଣ୍ଟିନା ରାଷ୍ଟ୍ରପତି ୩ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ରବିବାର ସେ ଭାରତରେ ପହଞ୍ଚିଥିଲେ।

Comment