ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ଯବାନ ସହିଦ ହୋଇଛନ୍ତି। ଏହା ଛଡ଼ା ଆଉକିଛି ଯବାନ ଗୁରୁତର ହୋଇ ଚିକିତ୍ସିତ ଅଛନ୍ତି।

ଏହିଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଆତଙ୍କବାଦ ଓ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସବୁଠୁ ଦାବି ଜୋର।

ତେବେ ଏହି ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇବା ସହ ୪୦ଯବାନଙ୍କ ମୃତ୍ୟୁର କାରଣ ସାଜିଥିବା ଆଦିଲ ଅହମଦକୁ ପୋଲିସ ଗତ୨ବର୍ଷ ମଧ୍ୟରେ ୬ଥର ଧରି ପଚରାଉଚରା ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି।

ଯବାନଙ୍କ ଉପରକୁ ପଥର ଫିଙ୍ଗିବା ,ଲସ୍କର-ଇ-ତୋଇବା ଆତଙ୍କାବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ ପୋଲିସ ଆଦିଲକୁ ୬ଥର ଥାନାକୁ ଆଣି ପଚରାଉଚରା ପରେ ଛାଡ଼ିଦେଇଥିଲା।

ପୋଲିସ ଯାହାକୁ ପଥରହୁଡ଼ା ଭାବି ଛାଡିଦେଇଥିଲା ସେ ପୋଲିସ ଆଢୁଆଳରେ ରହି ଆତଙ୍କବାଦୀ ଆକ୍ରମଣର ତାଲିମ ନେଇଥିଲା।

Comment