ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ପାଇଁ ଦେଶର ସବୁ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଆଗକୁ ଆସିଛିନ୍ତି। ବଲିଉଡ କଳାକାର ବି ସହିଦଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି।

ଅମିତାଭ ବଚ୍ଚନଙ୍କ ପରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ସହିଦଙ୍କ ପରିବାର ପାଇଁ ୫ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ନଜେ ସହାୟତା କରିବା ସହିତ ଅନ୍ୟଙ୍କୁ ମଧ୍ୟ ସହାୟତା ପାଇଁ ନିବେଦନ କରିଛନ୍ତି।

ପୂର୍ବରୁ ବଲିଉଡର ବିଗ୍‌ ବି ସହିଦଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିଲେ। ଏହା ବ୍ୟତୀତ ସଲମାନ ଖାନଙ୍କ ଏନ୍‌ଜିଓ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ ସହିଦଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ।

ଖେଳାଳି, ବ୍ୟବସାୟୀ, କଳାକାର ସମସ୍ତେ ସହିଦଙ୍କ ପରିବାରକୁ ସହାୟତା ଦେବାପାଇଁ ଆଗେଇ ଆସିଛନ୍ତି।

Comment