ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜୀବ କୁମାରଙ୍କୁ କୋଲକାତା ପୋଲିସ କମିଶନର ପଦବୀରୁ ହଟାଇ ଦିଆଯାଇଛି। ରାଜୀବ କୁମାରଙ୍କ ସ୍ଥାନରେ ଅନୁଜ ଶର୍ମା ପୋଲିସ କମିଶନର ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜୀବ କୁମାରଙ୍କୁ ରାଜ୍ୟ ସିଆଡିକୁ ପଠାଇ ଦିଆଯାଇଛି। ତାଙ୍କୁ ସିଆଇଡିର ଏଡିଜି କରାଯାଇପାରେ ବୋଲି ସୂଚନା ମିଳିଛି।

କିଛି ଦିନ ତଲେ ଶାରଦା ଚିଟଫଣ୍ଡ ମାମଲାରେ ସିବିଆଇ ଶିଲଙ୍ଗରେ ରାଜୀବ କୁମାରଙ୍କୁ ପଚରାଉଚରା କରିଥିଲା। ଏହି ମାମଲାରେ ରାଜୀବ କୁମାର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଓ ସିବଆଇ ମଧ୍ୟରେ ଘମାସନ ଲଢ଼େଇ ହୋଇଥିଲା। ରାଜୀବ କୁମାରଙ୍କ ସମର୍ଥନ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଥିଲେ। ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା।

ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ତେବେ ରାଜୀବ କୁମାରଙ୍କ ଗିରଫ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ। ହେଲେ ସିବିଆଇରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

Comment