ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀର ପୁଲୱାନାରେ ଆତଙ୍କବାଦୀ ଘଟଣାରେ ୪୪ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି। ଆକ୍ରମଣକୁ ପ୍ରତିବାଦ କରି ଭାରତୀୟ ବ୍ୟବସାୟୀ ମହାସଂଘ ଦେଶବ୍ୟାପୀ ବନ୍ଦ ପାଳନ କରୁଛି। ସକାଳ ୭ରୁ ଅପରାହ୍‌ଣ ୪ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ଭାରତୀୟ ବ୍ୟବସାୟୀ ମହାସଂଘ ସୂଚନା ଦେଇଛନ୍ତି। ସହିଦଙ୍କୁ ସମ୍ମାନ ଜଣାଇବା ସହ ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଅଖିଳ ଭାରତୀୟ ବ୍ୟବସାୟୀ ସଙ୍ଘ ବନ୍ଦ ଡାକରା କରିଛନ୍ତି। ଏହି ବନ୍ଦ ପାଳନରେ ରାଜ୍ୟରେ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ହେବେ ସାମିଲ।

ରାଜ୍ୟର ସମସ୍ତ ଫୁଟପାଥ ଦୋକାନୀଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସମସ୍ତ ସଂସ୍ଥା ବନ୍ଦ ରହିବ। ଏଥିପାଇଁ ସାଧାରଣ ଜନତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପୂର୍ବରୁ ସୂଚନା ଦିଆଯାଇଛି।

ଓଡ଼ିଶାରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖାଦେଇଛି। ଏହି ବନ୍ଦ ପାଳନ ବେଳେ ଗାଡ଼ି ଚଳାଚଳ ଉପରେ କୌଣସି କଟକଣା କରାଯାଇ ନାହିଁ। କେବଳ ଦୋକାନ ବଜାର ବନ୍ଦ କରାଯାଇଛି।

ଏହି ବନ୍ଦ ଜରିଆରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଅଖିଳ ଭାରତୀୟ ବ୍ୟବସାୟୀ ସଙ୍ଘ।

Comment