ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଶ୍ମୀର ପୁଲୱାମାରେ ହୋଇଥିବା ଆତଂକବାଦୀ ଆକ୍ରମଣରେ ଶହିଦ ହୋଇଥିବା ବୀର ଯବାନମାନଂକ ଅମର ଆତ୍ମାର ସଦଗତି ଲାଗି ଆଜି ମୟୂରଭଂଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା

ଜାତୀୟ ବାଣିଜ୍ୟ ସଂଘର ଡାକରାରେ ଜିଲ୍ଲାର ସଦର ମହକୁମା ବାରିପଦା ସମେତ ଉଦଳା କରଂଜିଆ,ରାଇରଂଗପୁର ଆଦି ସହରାଂଚଳରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲାବିଭିନ୍ନ ସ୍ଥାନ ମାନଂକରେ ଶହିଦ ସ୍ତମ୍ଭରେ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସଂଗଠନ ବିଦ୍ୟାଳୟ ମହାବିଦ୍ୟାଳୟ ଯୁବସଂଗଠନମାନଂକ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା

ଏଥିରେ ବିଭିନ୍ନ ବର୍ଗର ଯୁବକ ଯୁବତୀ ଛାତ୍ର ଛାତ୍ରୀ ବୁଦ୍ଧିଜୀବୀ ସାହିତ୍ୟ ଅନୁଷ୍ଠାନ ସ୍ଵେଛାସେବୀ ସଂଗଠନ ସାମାଜିକ କର୍ମୀ ଏବଂ ସମାଜସେବୀ ମାନେ ଅଂଶଗ୍ରହଣ କରି ଭାରତୀୟସେନାର ସାହସୀକତାକୁ ପ୍ରଶଂସା କରିବା ସହିତ ପ୍ରାଣବଳି ଦେଇଥିବା ଜବାନ ମାନଂକର ଅମରଅତ୍ମାର ସଦଗତି କାମନା କରିଛନ୍ତି।

Comment