ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣ ପରେ ସେନା ପ୍ରତିଶୋଧ ପରାୟଣ ହୋଇପଡ଼ିଛି। ଆତଙ୍କବାଦୀଙ୍କ ଠାରୁ ପ୍ରତିଶୋଧ ନେବାପାଇଁ ଜମ୍ମୁ କଶ୍ମୀରରେ ସେନା ସର୍ଚ୍ଚ ଅପରେସନ ଜୋରଦାର ଚଳାଇଛି। ଏଥିରେ ସେନାକୁ ସଫଳତା ମଧ୍ୟ ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଗାଜି ରାସିଦ ନିପାତ ହୋଇଛି।

ଗାଜି  ଆଇଡି ଏକ୍ସପର୍ଟ ଥିଲା। ୨ ସହଯୋଗୀଙ୍କ ସାଥୀରେ ଗାଜି ଗତ ଡିସେମ୍ବରରେ ଭାରତରେ ପ୍ରବେଶ କରିଥିଲା। ସେ ଦକ୍ଷିଣ କଶ୍ମୀରରେ ଲୁଚି ରହିଥିଲା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ରବିବାର ରାତି ୧୨ଟାରୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ଚାଲିଥିଲା। ସେନା ଗୁଳିରେ ଗାଜି ରସିଦ୍‌ ସହିତ ଜଣେ ସହଯୋଗୀ କାମରାନ ମଧ୍ୟ ନିହତ ହୋଇଛି। ଏଥିରେ ୪ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି।

ଆତଙ୍କବାଦୀ ଲୁଚି ରହିଥିବା ଘରକୁ ମଧ୍ୟ ସେନା ବିସ୍ଫୋରଣ କରି ଉଡ଼ାଇ ଦେଇଛି।

ନିହତ ହୋଇଥିବା ଗାଜି ପୂର୍ବରୁ ମଧ୍ୟ ଅନେକ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା। ୨୦୦୮ରେ ସେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲା।

Comment