ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉପାନ୍ତ ଅଞ୍ଚଳ କୁହାଯାଉଥିବା ନବରଙ୍ଗପୁର ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ରଖିଥିଲେ।

ତେବେ ନାବାଳିକା ଜଣଙ୍କ ଗର୍ଭବତୀ ହେବା ଜଣାପଡ଼ିବା ପରେ ଏକଥା ବାହାରେ ନକହିବାକୁ ଯୁବକ ଜଣଙ୍କ ତାଙ୍କୁ ଧମକଚମକ ଦେଉଥିବା ଜଣାପଡ଼ିଛି।

ଘଟଣାସାମ୍ନାକୁ ଆସିବା ପରେ ନାବାଳିକା ଜଣଙ୍କ ଏକ ସାମାଜିକ ସଂଗଠନରେ ଆଶ୍ରୟ ନେଇଛନ୍ତି। ଏଭଳି ଘଟଣା ବାରମ୍ବାର ଆସିବା ପରେ ଆଜି ବି ଆମ ସମାଜରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଥିବା ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

Comment