ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାମିଲନାଡୁରେ ବିଜେପି ଏଆଇଡିଏମ୍‌କେ ସହ ମେଣ୍ଟ ଘୋଷଣା କରିଛି। ତାମିଲନାଡୁରେ ବିଜେପି ୫ଟି ଆସନରେ ନିର୍ବାଚନ ଲଢ଼ିବ। ମେଣ୍ଟକୁ ନେଇ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପନିରସେଲ୍‌ଭମ୍‌ ଘୋଷଣା କରିଛନ୍ତି।

ଏଥିସହ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମଧ୍ୟ ବିଜେପି ଓ ଏଆଇଡିଏମ୍‌କେ ମିଳିତ ଭାବେ ନିର୍ବାଚନ ଲଢ଼ିବେ।

ସୂଚନାଯୋଗ୍ୟ, ସୋମବାର ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ମେଣ୍ଟ ଘୋଷଣା ହୋଇଥିଲା। ବିଜେପି ଏଠାରେ ୨୫ଟି ଆସନରେ ନିର୍ବାଚନ ଲଢ଼ୁଥିବା ବେଳେ ଶିବସେନା ୨୩ଟି ଆସନରେ ଲଢ଼ିବ। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ବୀସ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମିଳିତ ଭାବେ ସାମ୍ୱାଦିକ ସମ୍ମିଳନୀରେ ଘୋଷଣା କରିଥିଲେ।

Comment