ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ାଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଚ୍‌ପିସିଏଲ୍‌ର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥି ସହିତ ଜୟପୁରଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ କୋଠାଘର ଏବଂ ବିମାନ ଇନ୍ଧନ ଷ୍ଟେସନର ମଧ୍ୟ ଶିଳାନ୍ୟାସ କରିଛନ୍ତି।

ଏହାସହ ରାୟଗଡ଼ା, ଲଡ୍ଡା ଏବଂ ଝିମିଡ଼ିପେଟାଠାରେ ରେଲୱେ, ଫୁଟ୍‌ ଓଭର୍‌ବ୍ରିଜ୍‌ ଲୋକାର୍ପିତ କରିବା ସଙ୍ଗେ ସଙ୍ଗେ ନବରଙ୍ଗପୁରଠାରେ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ର ମଧ୍ୟ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, “କେବିକେ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଗତବର୍ଷ ବଲାଙ୍ଗିରରେ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଶୁଭାରମ୍ଭ କରାଯାଇଛି ଏବଂ ବର୍ତ୍ତମାନ ରାୟଗଡ଼ା ବଟ୍ଲିଂ ପ୍ଲାଣ୍ଟ ଏହି କ୍ଷେତ୍ରରେ ଆର୍ଥିକ ବିକାଶରେ ସାହାଯ୍ୟ କରିବ।”

୯୧ କୋଟି ଟଙ୍କା ବ୍ୟୟ ବରାଦରେ ହେବାକୁ ଥିବା ଏହି ପ୍ଲାଣ୍ଟ ୨୦୨୦ ସେପ୍ଟେମ୍ବରକୁ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି। ୫୦ଏମ୍‌ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଏହି ବଟଲିଂ ପ୍ଲାଣ୍ଟ ୨୧ଟି ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ କରୋଜଲ ସହ ଫିଲିଂ କରିବାର କ୍ଷମତା ରହିବ।

ରାୟଗଡ଼ାଠାରେ ଏହି ବଟଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ କେବଳ ଯେ ଓଡ଼ିଶାର ବଲାଙ୍ଗିର, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ରାୟଗଡ଼ାଏବଂ ନୂଆପଡ଼ା ଆଦି ବିଭିନ୍ନ ଜିଲ୍ଲାର ଉପଭୋକ୍ତାଙ୍କୁ ଏଲ୍‌ପିଜି ସିଲିଣ୍ଡର ଯୋଗାଣ କରିବ ତାହା ନୁହେଁ, ଏହା ସ୍ଥାନୀୟ ଯୁବକଙ୍କୁ ପ୍ରତ୍ୟେକ୍ଷ ତଥା ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ପ୍ରଦାନ କରିବ।

Comment