ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୀବନ ହେଉଛି ଏକ ପରୀକ୍ଷା। ଆମକୁ ଜୀବନରେ ଅନେକ ପରୀକ୍ଷା ଦେବାକୁ ପଡ଼ିଥାଏ। ଏହି ପରୀକ୍ଷା ଅନେକପ୍ରକାରରେ ଆସିଥାଏ। ତେବେ ଏଥିଲାଗି ଛାତ୍ରଛାତ୍ରୀମାନେ ବ୍ୟସ୍ତ କି ବିଚଳିତ ହେବାର ଆବଶ୍ୟକତା ନାହିଁ।

ଆସନ୍ତା ୨୨ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। କୁହାଯାଏ ମାଟ୍ରିକ ପରୀକ୍ଷାରୁ ହିଁ ପିଲାଙ୍କ କ୍ୟାରିୟର ଆରମ୍ଭ ହୋଇଥାଏ। ଏଥଲାଗି ଛାତ୍ରଛାତ୍ରୀ ମାନେ ଅଧିକ ଯତ୍ନବାନ ହୋଇଥାନ୍ତି। କେବେ କେବେ ପିଲାମାନେ ଚାପଗସ୍ତ ବି ହୋଇଥାନ୍ତି।

ତେବେ ପରୀକ୍ଷା ତାରିଖ ଯେତେକି ପାଖେଇ ଆସିଥାଏ ଛାତ୍ରଛାତ୍ରୀଙ୍କ ମନରେ ଯେମିତି ସେତିକି ଛନକା ପଶିଥାଏ। ପିଲାଙ୍କ ସହ ଅଭିଭାବକ ଓ ଶିକ୍ଷକ ,ଶିକ୍ଷୟତ୍ରୀଙ୍କ ଧ୍ୟାନ ବି ପରୀକ୍ଷା ପାଖରେ କେନ୍ଦ୍ରୀଭୂତ ହୋଇଥାଏ।

ତେବେ ଏହିସମୟରେ ଛାତ୍ରଛାତ୍ରୀ ମାନେ ଅଧିକ କିଛି ନଭାବି ମନକୁ ସ୍ଥିର ରଖି ଯାହା ପଢ଼ିଛନ୍ତି ତାହାକୁ ମନେପକାଇବା ଆବଶ୍ୟକ।

ଏହି ସମୟରେ ଅଭିଭାବକଙ୍କର ଭୂମିକା ଅଧିକ ଥାଏ ପିଲାମାନଙ୍କ ପ୍ରତି, କାରଣ ଯେ ପରୀକ୍ଷା ଦେବ ସେ ଚିନ୍ତାରେ ରହିବ କିନ୍ତୁ ପିଲାକୁ ସପୋର୍ଟ କରିବା ଆବଶ୍ୟକ।

ପିଲାମାନେ ଏହିସମୟରେ ଠିକ୍‌ସମୟରେ ଖାଇବା,ଶୋଇବା ଦରକାର। ପ୍ରତିଦିନ ୭ରୁ ୮ଘଣ୍ଟା ଶୋଇବା ନିହାତି ଦରକାର।

ଯେଉଁବିଷୟ ସବୁଠୁ ଅଧିକ କଷ୍ଟ ଲାଗୁଥିବା ପିଲା ସେହି ବିଷୟକୁ ସକାଳ ସମୟରେ ପଢିବା ଦରକାର। ଯେଉଁ ବିଷୟ ସବୁଠୁ ଅଧିକ ଭଲ ହେଉଛି ତାହା ରାତିରେ ପଢ଼ିବା ଦରକାର।

Comment