ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସରକାର କାଳିଆ ଛାତ୍ରବୃତ୍ତି ପୋର୍ଟାଲର ଉନ୍ମୋଚନ କରିଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି।

ଏହି ଯୋଜନା ବିଶେଷକରି ଚାଷୀ ପରିବାରର ପିଲାଙ୍କ ଭବିଷ୍ୟତ ଲାଗି କରାଯାଇଛି। ଏହା ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।

ଏହି ଯୋଜନା ଆରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀ ପରିବାରର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ।

ରାଜ୍ୟ ସରକାରଙ୍କ ଅନୁସାରେ କାଳିଆ ଯୋଜନା ମାଧ୍ୟମରେ ରାଜ୍ୟର ୯୨ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ।

Comment