ଓଡ଼ିଶାଲାଇଭ୍ ବ୍ୟୁରୋ

ଯିଏ ବନ୍ଧୁକ ଉଠାଇବ ସେ ମରିବ। କେତେ ଗାଜି ଆସିଛନ୍ତି, କେତେ ଚାଲି ଯାଇଛନ୍ତି, ଆତଙ୍କବାଦୀ ସାବଧାନ ହୋଇଯାଆନ୍ତୁ ବୋଲି ସେନା ଚେତାବନୀ ଦେଇଛି। ପୁଲୱାମା ଆକ୍ରମଣ ଓ ତା’ ପରେ ହୋଇଥିବା ଏନକାଉଣ୍ଟରକୁ ନେଇ ସେନା, ସିଆରପିଏଫ୍, ପୋଲିସର ମିଳିତ ପ୍ରେସମିଟରେ ସେନା ପକ୍ଷରୁ ଏହା କହୁାଯାଇଛି।

ପୁଲୱାମା ଆକ୍ରମଣ ଓ ତା’ ପରେ ହୋଇଥିବା ଏନକାଉଣ୍ଟରକୁ ନେଇ ସେନା, ସିଆରପିଏଫ୍, ପୋଲିସର ମିଳିତ ପ୍ରେସମିଟ ଅନୁଷ୍ଠିତ ହୋଇଛି। ଏହି ପ୍ରେସମିଟରେ ପୁଲୱାମା ଆତ୍ମଘାତୀ ଆକ୍ରମଣ ଉପରେ ଆଲୋଚନା ହୋଇଛି।

ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନୀ ସେନାର ହାତ ଅଛି। ଜୈଶ ଏ ମହମ୍ମଦ ପାକିସ୍ତାନ ସେନାର ସନ୍ତାନ। ଜୈଶ ଏ ମହମ୍ମଦ ଜରିଆରେ ପାକ୍‌ ସେନା ହମଲା କରାଇଛି ବୋଲି ସମ୍ବାଦିକ ସମ୍ମଳନୀରେ ସେନା ପକ୍ଷରୁ କୁହାଯାଇଛି। ଜୈଶ ଏ ମହମ୍ମଦକୁ ଆଇଏସ୍‌ଆଇ ନିୟନ୍ତ୍ରଣ କରୁଥିବା ସେନା କହିଛି।

“କାଶ୍ମୀରରେ ଅନୁପ୍ରବେଶ କଲେ ଜୀବନ ବଞ୍ଚାଇ ପାରିବନି। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସେନା ଆହ୍ୱାନ ଦେଇଛି। ବାପା, ମା’ ସେମାନଙ୍କ ପିଲାଙ୍କୁ ଆତ୍ମସମର୍ପଣ ପାଇଁ କହୁନ୍ତୁ”, ପ୍ରେସମିଟରେ ସେନା ପକ୍ଷରୁ କୁହାଯାଇଛି।

 

Comment