ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କବାଦୀ ହମଲାରେ ୪୦ ଜଣ ସିଆରପିଏଫ୍ ଯବାନଙ୍କୁ ହରାଇ ଦେଶ ଶୋକରେ ବୁଡ଼ିଛି। ଏହାର ପ୍ରତିଶୋଧ ନେବା ପାଇଁ ସାରା ଦେଶରେ ଜନ ଆକ୍ରୋଶ ଦେଖାଦେଇଛି। ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ।  ଆଉ ଏହି ଯବାନଙ୍କ ବଳିଦାନକୁ ସମସ୍ତେ ନିଜ ନିଜ ଢଙ୍ଗରେ କରୁଛନ୍ତି ସଲାମ। ହେଲେ ରାଜସ୍ଥାନ ବିକାନେରର ଜଣେ ଯୁବକ ନିଆରା ଶୈଳୀରେ ଦେଖାଇଛନ୍ତି ଦେଶଭକ୍ତି।

ବିକାନେରର ଗୋପାଳ ସହାରନ୍ ଯୁବକ ନିଜ ଶରୀରକୁ କରିଦେଇଛନ୍ତି ସହିଦଙ୍କ ନାଁରେ। ଶରୀରରେ ସହିଦ ହୋଇଥିବା ସମସ୍ତ ଯବାନଙ୍କ ନାଁର ଟାଟୁ ବନାଇ କରିଛନ୍ତି ସଲାମ। ଏହାକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ଗୋପାଳ। ଗୋପାଳ ତାଙ୍କ ଶରୀରରେ ୭୧ଟି ଟାଟୁ କରିଛନ୍ତି। ଯେଉଁଥିରେ ନିକଟରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ୪୨ ଯବାନଙ୍କ ବ୍ୟତୀତ ବିକାନେର ଜିଲ୍ଲାର ୨୦ ଏବଂ ରତନଗଡ଼ର ୯ ସହିଦ ଯବାନଙ୍କ ନାଁ ସାମିଲ ଅଛି। ଯବାନଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ଗୋପାଳଙ୍କ ଏହି ଅଭିନବ ଶୈଳୀ ଦେଶ ପ୍ରେମର ଏକ ଅଦ୍ଭୁତ ଉଦାହରଣ ।

Comment