ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରର ପିଙ୍ଗଲିନାରେ ସହିଦ ହୋଇଥିବା ମେଜର ବିଭୂତି ଶଙ୍କର ଢୋଣ୍ଡିଆଲଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ବିଦାୟ ଦିଆଯାଇଛି। ଅନ୍ତିମ ଯାତ୍ରାରେ ସହିଦଙ୍କ ପତ୍ନୀ ତାଙ୍କୁ ଲୁହ ଭରା ଆଖିରେ ସଲାମ କରି ବିଦାୟ ଦେଇଛନ୍ତି।

ଏଥିସହିତ ସହିଦଙ୍କ କଫିନକୁ ଚୁମ୍ବନ ଦେଇ ସ୍ୱାମୀଙ୍କୁ ଆଇ ଲଭ୍‌ ୟୁ କହିଛନ୍ତି ପତ୍ନୀ। ଏହି ଦୃଶ୍ୟ ସହିଦଙ୍କ ପତ୍ନୀଙ୍କ ପ୍ରତି ମଧ୍ୟ ସମ୍ମାନ ବଢ଼ାଇ ଦେଇଛି।

ସହିଦଙ୍କ ଅନ୍ତିମ ଶୋଭାଯାତ୍ରାରେ ଉତ୍ତରାଖଣ୍ଡର ଡେରାଡୁନରେ ବିଶାଳ ଜନ ସମାଗମ ହୋଇଥିଲା। ଏଥିରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ସାମିଲ ହୋଇଥିଲେ।

ସୋମବାର ମେଜର ବିଭୂତି ଶଙ୍କର ଢୋଣ୍ଡିଆଲ ଆତଙ୍କବାଦୀଙ୍କ ଗୁଳିରେ ଜମ୍ମୁ କଶ୍ମୀର ପିଙ୍ଗଲିନାରେ ପ୍ରାଣ ହରାଇଥିଲେ। ତାଙ୍କ ପାର୍ଥିବ ଶରୀର ସୋମବାର ରାତିରେ ତାଙ୍କ ଘରେ ପହଞ୍ଚିଥିଲା।

ତାଙ୍କ ସହିତ ତାଙ୍କର ୩ ଜଣ ସାଥୀ ମଧ୍ୟ ସହିଦ ହୋଇଥିଲେ। ସେନା ଗୁଳିରେ ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ।

Comment