ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣ ନିର୍ବାଚନକୁ ଅଳ୍ପଦିନ ବାକିଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସର ହେବିୱେଟ ନେତା ଓଡ଼ିଶାକୁ ଗସ୍ତ କରୁଛନ୍ତି। ମାର୍ଚ୍ଚ ୨ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧି। ଏହା ରାହୁଲଙ୍କ ଦିନିକିଆ ଗସ୍ତ ରହିବ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ରାହୁଲ ବରଗଡ଼ ନା ଜୟପୁର ଆସିବେ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ।

ଜାନୁଆରି ୨୫ ଏବଂ ଫେବ୍ରୁଆରି ୬ ତାରିଖରେ ରାହୁଲ ଦୁଇଥର ଓଡ଼ିଶା ଗସ୍ତ କରିଛନ୍ତି। ଏବର୍ଷରେ ଏହର ତାଙ୍କର ତୃତୀୟ ଗସ୍ତ ରହିବ। ଗତଥର କୋରାପୁଟ ଗସ୍ତରେ ଆସି ରାହୁଲ ସିଧାସଳଖ ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ। ତେବେ ଏଥର ରାହୁଲ କେଉଁ ପ୍ରସଙ୍ଗ ଉଠାଉଛନ୍ତି ତାହାକୁ ନେତା ଓ କର୍ମୀ ଅପେକ୍ଷା କରିଛନ୍ତି। ଅନ୍ୟପଟେ ରାହୁଲଙ୍କ ବାରମ୍ବାର ଗସ୍ତକୁ ନେଇ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି।

Comment