ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ିପାରେ ବିମାନ। ଆଲିୟାନ୍ସ ଏୟାରର ୪ଜଣିଆ ଟିମ୍‌ର ସମୀକ୍ଷା ପରେ ଏହି ସୂଚନା ଦିଆଯାଇଛି। ବିମାନ ବନ୍ଦର କାର୍ଯ୍ୟକାର ନିର୍ଦ୍ଦେଶକ ପି କରୁଣାକରନ ଏହି ସୂଚନା ଦେଇଛନ୍ତି। ତେବେ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରୁ ଉଡ଼ିବ ଆଲିୟାନ୍ସ ଏୟାରର ବିମାନ।

ପୂର୍ବରୁ ବିମାନ ବନ୍ଦରର ରନୱେ ଓ ସୁରକ୍ଷା ତଦାରଖ କରିଥିଲା ଟିମ।

ଏହା ପୂର୍ବରୁ ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି ମଧ୍‌ର ସୂଚନା ମିଳିଥିଲା। ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଏସ୍‌କେ ଚୌହାନ ଏନେଇ ସୂଚନା ଦେଇଥିଲେ।

 

Comment