ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଅଛି। ମୁଖ୍ୟମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ୍‌ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ମୁଖ୍ୟମନ୍ତ୍ରୀ ବିଞ୍ଝାରପୁର ବ୍ଲକ୍‌ ଲାଗି ୩୮କୋଟି ଟଙ୍କାର ୫ଟି ପ୍ରକଳ୍ପର ଶୁଭ ଉଦଘାଟନ୍‌ କରିବେ। ଏହା ସହିତ ୩କୋଟି ଟଙ୍କାର ୨ଟି ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସେହିପରି ଧର୍ମଶାଳା ବ୍ଲକ ଲାଗି ୪୫୭କୋଟି ଟଙ୍କାର ୨୪୫ଟି ପ୍ରକଳ୍ପର ଶୁଭ ଉଦଘାଟନ୍‌ କରାଯିବ। ୨୩କୋଟି ୭୦ଲକ୍ଷ ଟଙ୍କାର ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

Comment