ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ନୀଳଗିରି ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ଦୁଇଟି ବଣୁଆ ଭାଲୁର ମୃତ ଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ନୀଳଗିରି ଫରେଷ୍ଟ ରେଞ୍ଜର ଶୁକୁମାର ଦାସ ଏହି ସୂଚନା ଦେଇଛନ୍ତି।

ମଙ୍ଗଳବାର ସକାଳେ ସ୍ଥାନୀୟ ଜମ୍ବୁଡିହା ଗାଁର କିଛି ଲୋକ ଦୁଇ ଭାଲୁଙ୍କୁ ମୃତ ଅବସ୍ଥାରେ ଠାବ କରିଥିଲେ। ଖବର ପାଇ ନୀଳଗିରି ଫରେଷ୍ଟ ରେଞ୍ଜର ଶୁକୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ଭାଲୁଙ୍କ ମୃତ୍ୟୁର କାରଣ ତଦନ୍ତ କରିଥିଲେ।

ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଦୁଇ ଭାଲୁଙ୍କ ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି। ଗତ ଏକ ମାସ ମଧ୍ୟରେ ରାଜ୍ୟରେ ୪ଟି ଭାଲୁର ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ପରିବେଶବିତ୍ତ ତଥା ପଶୁ ପ୍ରେମୀମନେ ଦଃଖ ପ୍ରକାଶ କରିଛନ୍ତି।

Comment