ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଜଣେ ମହିଳାଙ୍କ ନିକଟରୁ ୯୬୦ ଗ୍ରାମ୍‌ର ସୁନା ଜବତ କରାଯାଇଛି। ସୀମା ଶୁଳ୍କ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ ପକ୍ଷରୁ ମଙ୍ଗଳବାର ଏହି ସୁନା ଚୋରା ଚାଲାଣକୁ ସିଜ୍‌ କରାଯାଇଛି। ଜବତ ହୋଇଥିବା ସୁନାର ମୂଲ୍ୟ ୩୩.୧୬ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି।

ଉକ୍ତ ମହିଳା ହେଉଛନ୍ତି ମହାରାଷ୍ଟ୍ରର ବାସିନ୍ଦା। ମହିଳା ଯାତ୍ରୀ ଜଣକ ରାଜଧାନୀ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲେ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ତଲାଶୀ ସମୟରେ ଇମରଜେନ୍ସି ଲାଇଟ୍‌ ଭିତରେ ସୁନା ଲୁଚା ଯାଇଥିବାର ମିଳିଥିଲା। ଚୋରାଚାଳାଣ ହେଉଥିବା ସୁନାକୁ କସ୍ଟମ୍ସ୍‌ ଆକ୍ଟ ୧୯୬୨ ଅନୁସାରେ ଏହି ସୁନାକୁ ଜବତ କରାଯାଇଛି।

ଏହା ପୂର୍ବରୁ ୨୦୧୮ ଅଗଷ୍ଟରେ ଭୁବନେଶ୍ୱର ବିମାନବନ୍ଦରରୁ ୩୪୦ ଗ୍ରାମ୍‌ର ସୁନା ଜବତ କରାଯାଇଥିଲା। ଏହାର ମୂଲ୍ୟ ୧୦.୫୬ ଲକ୍ଷ ଟଙ୍କା ହୋଇଥିବା ବେଳେ ଏଥିରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ସେହିପରି ଜୁନ ମାସରେ ବିମାନବନ୍ଦରରୁ ୧୯ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।

Comment